ମଜୁରୀ ମାଗିବାରୁ ହାତ କାଟି ଛିଣ୍ଡାଇଦେଲା ଠିକାଦାର
ମଜୁରୀ ମାଗିବାରୁ ୪୫ ବର୍ଷୀୟ ଶ୍ରମିକଙ୍କ ହାତ କାଟିଦେଲେ ଠିକାଦାର । ଏହି ଘଟଣା ମଧ୍ୟପ୍ରଦେଶର ରେୱା ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୪୦ କିଲୋମିଟର ଦୂର ସିରମୌର ପୋଲିସ ଥାନା ଅନ୍ତର୍ଗତ ଡୋଲମଉ ଗାଁରେ ଘଟିଛି। ଏହି ମାମଲାରେ ଠିକାଦାରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ମୁତାବକ, ଡୋଲମଉ ଗାଁରେ ଗଣେଶ ମିଶ୍ର ନାମକ ଜଣେ ଠିକାଦାର ତାଙ୍କ ସହଯୋଗୀଙ୍କ ସହ ମିଶି ଅଶୋକ ସାକେତ ନାମକ ଶ୍ରମିକଙ୍କ ଏକ ହାତକୁ କାଟି ଦେଇଥିଲେ । ଅଶୋକ ସାକେତ ପଡ଼ିରୀ ଗାଁର ବାସିନ୍ଦା। ସାକେତ ଡୋଲମଉ ଗାଁରେ ନିର୍ମାଣ କାର୍ଯ୍ୟ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲୋ। କିନ୍ତୁ ଗଣେଶ ମିଶ୍ର ଠିକ୍ ଭାବେ ପାରିଶ୍ରମିକ ଦେଉନଥିଲେ। ଏନେଇ କୌଣସି ଏକ ସମାଧାନ ପାଇଁ ସାକେତ ଅନ୍ୟ ଜଣେ ସହଯୋଗୀଙ୍କ ସହ ଗଶେଶଙ୍କ ପାଖକୁ ଯାଇଥିଲେ। ସାକ୍ଷାତ ବେଳେ ବିବାଦ ହେବାରୁ ଠିକାଦାର ତାଙ୍କ ସହଯୋଗୀ ସାକେତଙ୍କ ଉପରେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସାକେତଙ୍କ ଏକ ହାତ କଟିଯାଇଥିଲା । ଏହା ପରେ ଅଭିଯୁକ୍ତମାନେ କଟା ହାତକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ହାତଟିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନେଇଥିଲା। ଯେଉଁଠାରେ ଅପରେସନ ପରେ ଡାକ୍ତରମାନେ ତାଙ୍କ କଟା ହାତକୁ ପୁଣି ଯୋଡ଼ିଥିଲେ । ଏହି ଘଟଣାରେ ପୁଲିସ ଗଣେଶଙ୍କ ସହ ତାଙ୍କର ଦୁଇ ସହଯୋଗୀ ରତ୍ନେଶ ଏବଂ କୃଷ୍ଣ କୁମାରଙ୍କୁ ଗିରଫ କରିଛି।
Powered by Froala Editor