ଗର୍ଭବତୀ ଥିବା ଖବରକୁ ନେଇ ଏମିତି କହିଲେ ନେହା...
ବଲିଉଡର ଜଣାଶୁଣା ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କଡ ଗର୍ଭବତୀ ଥିବା ଚର୍ଚ୍ଚା ଚାଲିଛି। ଏଥିପାଇଁ ତାଙ୍କ ଫ୍ୟାନ୍ସମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଚାଲିଛନ୍ତି । କିନ୍ତୁ ଏବେ ଏହି ଖବରକୁ ନିଜେ ନେହା ଓ ତାଙ୍କ ପରିବାର ଲୋକେ ଖୁଲାସା କରିଛନ୍ତି। ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ସେଆର କରି କହିଛନ୍ତି କି ‘ସେ ଗର୍ଭବତୀ ନାହାନ୍ତି ଖାଇବା ପିଇବା କାରଣରୁ ତାଙ୍କ ପେଟ ଢିଲା ପରି ଦେଖା ଯାଉଛି । ଦୁହେଁ ୨ରୁ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଯୋଜନା କରି ନାହାନ୍ତି । ସେଭଳି କିଛି ହେଲେ ସେ ନିଶ୍ଚିତ ଜଣାଇବେ । କେବଳ ସେତିକି ନୁହେଁ ତାଙ୍କ ପରିବାର ଲୋକେ ଏବଂ ସ୍ୱାମୀ ରୋହନ ପ୍ରିତ ସିଂହଙ୍କ ମଧ୍ୟ ସାମ୍ନାକୁ ଆସି ନେହାଙ୍କ ଗର୍ଭବତୀ ଥିବା ଖବରକୁ ଅସ୍ୱୀକାର କରିଛନ୍ତି।
ନିକଟରେ ନେହା କକ୍କଡଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଯେଉଁଥିରେ ନେହା ଗର୍ଭବତୀ ଥିବା ପରି ଦେଖା ଯାଉଥିଲେ।
Powered by Froala Editor