ଭାରତୀୟ ବାୟୁସେନାକୁ ମିଳିଲା ସ୍ୱଦେଶୀ ଲଢୁଆ ହେଲିକପ୍ଟର
ଭାରତୀୟ ବାୟୁସେନାକୁ ମିଳିଲା ସ୍ୱଦେଶୀ ହାଲୁକା ଲଢୁଆ ହେଲିକପ୍ଟର (LCH) । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାନ୍ସି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଏଲସିଏଚ୍କୁ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି। ଏହାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ହିନ୍ଦୁସ୍ତାନ ଏରୋନଟିକ ଲି. (HAL) ଏହାକୁ ନିର୍ମିତ କରିଛି। ଏହି ହେଲିକପ୍ଟରରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଯୁଦ୍ଧ କାର୍ଯ୍ୟ ଲାଗି ଆବଶ୍ୟକ ଅନେକ ଗୁପ୍ତ ବିଶେଷତ୍ବ ରହିଛି ।
ଏହି ହେଲିକପ୍ଟର ଦୁଇ ଇଂଜିନ ବିଶିଷ୍ଟ LCHର ଓଜନ ୫.୫ ଟନ୍ ରହିଛି। ଏହା ୫ ହଜାର ମିଟର ଉପରେ ଅବତରଣ କରିବା କ୍ଷମତା ରଖେ। ୧୫ରୁ ୧୬ ହଜାର ଫୁଟ ଉପରେ ଉଡ଼ାଣ କରିବାକୁ ସକ୍ଷମ LCH। ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳରେ ଅବତରଣ କରିପାରିବ ଏହି ଲଢ଼ୁଆ ହେଲିକପ୍ଟର। ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ବି ଏହା ଅବତରଣ କରିପାରିବ। ଆକାଶରୁ ଆକାଶ ଓ ଆକାଶରୁ ସ୍ଥଳକୁ ମିଜାଇଲ ନିକ୍ଷେପ କରିପାରିବ LCH ସକ୍ଷମ।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ଥଳସେନାକୁ ସ୍ବତନ୍ତ୍ର ଡ୍ରୋନ ଓ ନୌସେନାକୁ ସ୍ବତନ୍ତ୍ର ଯୁଦ୍ଧ ପୋଷାକ ପ୍ରଦାନ କରିଛନ୍ତି। ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ସୈନ୍ୟବାହିନୀକୁ ଏହିସବୁ ଯୁଦ୍ଧାସ୍ତ୍ର ହସ୍ତାନ୍ତର କରିଛନ୍ତି।
Powered by Froala Editor