ନବଜାତ ଶିଶୁକନ୍ୟା ଡାକ୍ତରଖାନାରୁ ଚୋରୀ
ଭୁବନେଶ୍ୱର: ଅନେକ ଲୋକ ଶିଶୁକନ୍ୟାକୁ ଜନ୍ମ କରି ରାସ୍ତା କଡରେ ଫିଙ୍ଗି ଦେଉଥିବା ଖବର ଆପଣ ଶୁଣିଥିବେ । କିନ୍ତୁ ଆଜି ଏକ ନବଜାତ ଶିଶୁକନ୍ୟା ଡାକ୍ତରଖାନାରୁ ଚୋରୀ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରର ଷଣ୍ଡ ଗାଁ’ର ଜଣେ ଗର୍ଭବତୀ କାଲି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ୱାର୍ଡରେ ଜାଗା ନଥିବାରୁ ଡାକ୍ତରଖାନା ବାରଣ୍ଡାରେ ଗର୍ଭବତୀଙ୍କ ପ୍ରସବ ହୋଇଥିଲା ।
ତେବେ ଶିଶୁକନ୍ୟାକୁ ଧରିବା ଆଳରେ ଜଣେ ଅଜଣା ମହିଳା ଶିଶୁକନ୍ୟାକୁ ଧରି ଚମ୍ପଟ ମାରିଥିଲେ । ପରେ ପରିବାର ଲୋକ ମହିଳା ଜଣଙ୍କୁ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ ।
Powered by Froala Editor