ଆଜି ପ୍ରକାଶ ପାଇବ ଅଫଲାଇନ୍ +୨ ପରୀକ୍ଷା ଫଳ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଅଫଲାଇନରେ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଚଳିତ ବର୍ଷ କରୋନା ମହାମାରୀ ଭୟ ଯୋଗୁଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଗୃହରେ ବସି ପରୀକ୍ଷା ଦେଇନଥିଲେ । ତେଣୁ ବିକଳ୍ପ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏହି ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ ।
ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଥରେ ଅଫଲାଇନରେ ପରୀକ୍ଷା ଦେବାକୁ ମଧ୍ୟ ଏକ ବିକଳ୍ପ ରଖାଯାଇଥିଲା । ତେବେ ସେମାନେ ପୁଣି ଫର୍ମ ଫିଲପ କରି ପରୀକ୍ଷା ଗୃହରେ ବସି ପରୀକ୍ଷା ଦେଇଥିଲେ । ଏହି ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ୧୧ ମଧ୍ୟରେ ପରୀକ୍ଷା କରାଯାଇଥିଲା । ୨ଟି ଇଲେକ୍ଟିଭ୍ ସବ୍ଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହୋଇଥିଲା
ତେବେ ଏହି ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ ୧୩ହଜାର ୪୩ ଜଣ ପରୀକ୍ଷାର୍ଥୀ ଅଫଲାଇନରେ ପରୀକ୍ଷା ଦେବା ପାଇଁ ପଞ୍ଜିକୃତ କରିଥିଲେ । ତେବେ www.orissaresults.nic.in ୱେବସାଇଟରେ ରେଜଲ୍ଟ ପ୍ରକାଶ ପାଇବ ।
Powered by Froala Editor