୨୨ରୁ ରାଜ୍ୟରେ ଶୀତ ବଢିବ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ତାମିଲନାଡୁ ମୁହାଁ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଦେଖିବାକୁ ମିଳିଛି। ତେବେ ଲଘୁଚାପ ଦକ୍ଷିଣ ଭାରତ ମୁହାଁ ହୋଇଥିଲେ ମଧ୍ୟ ଓଡିଶାରେ ରାତିର ତାପମାତ୍ରାରେ ସ୍ୱଭାବିକ ଠାରୁ ଅଧିକ ରହିଛି।
ଆଗାମୀ ୨ଦିନ ପର୍ୟ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ହାଲକା ଧରଣର ବର୍ଷା ହେବ।
ସେହିପରି ୨୧ ତାରିଖ ଆଡକୁ ମାଲକାନଗିରି, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ବେଳେ ୨୨ତାରିଖରୁ ରାଜ୍ୟରେ ଶୀତ ବଢିବ ବୋଲି ସୂଚନା ରହିଛି।
Powered by Froala Editor