କେନ୍ଦୁଝରରେ ପହଞ୍ଚିଲା ସ୍ମାର୍ଟ ସ୍ୱାସ୍ଥ୍ୟସେବା
ଭୁବନେଶ୍ୱର: ସୁନ୍ଦରଗଡ ପରେ କେନ୍ଦୁଝରରେ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପହଞ୍ଚିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନସିଂରେ ଉପସ୍ଥିତ ରହି ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଫଳରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହୋଇପାରିବେ ।
ଆଜି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହାସହିତ ସଭାବରେ ସମ୍ବୋଧିତ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ମୋର ଲକ୍ଷ୍ୟ ଅଟେ । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ କେନ୍ଦୁଝରରେ ପହଞ୍ଚିଛି ।
ଜିଲ୍ଲାରେ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ ୫୦କୋଟି ଟଙ୍କାର ୧୦ଟି ପୋଲ ଉଦଘାଟନ କରିଛନ୍ତି । ୫୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୫୬ଟି ସ୍ୱାସ୍ଥ୍ୟ ଯୋଜନାରେ ଉନ୍ନତିକରଣ ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ମିଶନ ସୁବିଦ୍ୟାରେ ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲକୁ ଆଇଏସଓ ମାନ୍ୟତା ମିଳିଛି । ୬୫ ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ କରିଛନ୍ତି ।
Powered by Froala Editor