ଆଜି ହାଇକୋର୍ଟରେ ହେବ ମମିତା ମେହେର ହତ୍ୟା ମାମଲାର ଶୁଣାଣି
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ମାସେ ପୂରିଥିଲେ ମଧ୍ୟ ଏଯାଏ କମିନି ତାତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମମିତାଙ୍କ ବାପାଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ଉପଯୁକ୍ତ ତଦନ୍ତ କରାଗଲେ ମମିତା ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ । ଏଥି ସହିତ ତ୍ୱରିତ ଶୁଣାଣି କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯାଉ ବୋଲି ଆବେଦନ କରାଯାଇଛି । ମାମଲାରେ ରାଜ୍ୟ ଗୃହ ବିଭାଗ, ପୋଲିସ ଡିଜି, ବଲାଙ୍ଗିର ଏସ୍ପି, ଜିଲ୍ଲାପାଳ ଓ ସିନେ୍ଧକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆଜି ହାଇକୋର୍ଟରେ ହେବ ମମିତା ମେହେର ହତ୍ୟା ମାମଲାର ଶୁଣାଣି । ମମିତା ମେହେରଙ୍କ ପରିବାର ପକ୍ଷରୁ ହୋଇଥିବା ମାମଲାର ଶୁଣାଣି ହେବ । ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଂଟି ମେହେର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମିତାଙ୍କ ବାପା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିବା ସହ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ଦାବି କରିଛନ୍ତି । ଏହି ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆଜି ହାଇକୋର୍ଟଙ୍କ ଶୁଣାଣି ଉପରେ ନଜର ରହିଛି ।
ଅନ୍ୟପଟେ କାଲି ଗୃହମନ୍ତ୍ରୀ ସନସାଇନ୍ ସ୍କୁଲକୁ ଯାଇନାହାଁନ୍ତି ବୋଲି କହିଛନ୍ତି ।
Powered by Froala Editor