ଡାଳିକିଆ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ । ଆଜି ପଞ୍ଚୁକର ଚତୁର୍ଥ ଦିନ । ଚାରିଆଡେ ଭକ୍ତ ଓ ଭାବମୟ ପରିବେଶ । ମହିଳାମାନେ ଭୋରରୁ ଉଠି ସ୍ନାନ ସାରି ପୂଜାପାଠ କରିବା ସହ ମୁରୁଜ ପକାଉଛନ୍ତି ଓ ହବିଷ ରାନ୍ଧି ଖାଉଛନ୍ତି ।
ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଧଶୀ ତିଥିରେ
ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ଶ୍ରୀଜୀଉ ମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ଲକ୍ଷ୍ମୀନୃସିଂହ ବେଶ ଆରମ୍ଭ ହେବ । ଏହି ଦୁର୍ଲଭ ବେଶ ଦେଖିବାକୁ ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ଭିଡ ଲାଗିବ ।
ତେବେ ସମସ୍ତ ପ୍ରକାର କରୋନା କଟକଣା ମାନି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଭକ୍ତମାନେ ଦର୍ଶନ କରିବେ । ସେବାୟତମାନେ ରନôଭଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀବିଗ୍ରହମାନଙ୍କୁ ସଜାଇବେ । ସେପଟେ ଗତକାଲି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିବା ବେଳେ ଆଜି ମଧ୍ୟ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି । କିନ୍ତୁ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଆଶଙ୍କା କରାଯାଇ, ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ କାଲି ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ ।
Powered by Froala Editor