ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ଦେହାନ୍ତ
ଭୁବନେଶ୍ବର: ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ । ଭୁବନେଶ୍ବର ବାସଭବନରେ ୭୨ ବର୍ଷ ବୟସରେ ଉମେଶଙ୍କ ଦେହାନ୍ତ ହୋଇଛି । ସେ ୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ବିଜୁ ବାବୁଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଉମେଶ ରାଜନୀତିକୁ ଆସିଥିଲେ । ଉମେଶ ବାଲିକୁଦା ନିର୍ବାଚନମଣ୍ଡଳୀରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ୭୨ ବର୍ଷୀୟ ଉମେଶ ଚନ୍ଦ୍ର ସ୍ୱାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ ,କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
ସେ ୧୯୭୭ ରୁ ୧୯୮୦, ୧୯୯୦ ରୁ ୧୯୯୫, ୨୦୦୦ ରୁ ୨୦୦୫, ୨୦୦୫ ରୁ ୨୦୦୯ ଯାଏଁ ସେ ବିଧାୟକ ଥିଲେ । ତେବେ ଜନ୍ମମାଟି ଜଗତସିଂହପୁର ମାଛଗାଁରେ ଉମେଶ ସ୍ବାଇଁଙ୍କ ଶେଷକୃତ୍ୟ କରାଯିବ ।
Powered by Froala Editor