କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡମାଡ

ଜଗତସିଂହପୁର: କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକର ନାଉଗାଁ ଅଙ୍ଗେଶ୍ୱରପଡ଼ା ହାଇସ୍କୁଲକୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଅଲଣାହାଟ ନିକଟରେ ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ । ଆଜି ଜଗତସିଂହପୁର ଅଲଣାହାଟ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡିକୁ ଅଣ୍ଡମାଡ କରାଯାଇଛି । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏହି ଅଣ୍ଡା ମାଡ ହୋଇଛି ।
ତୈଳଦର, ଦରଦାମ ବୃଦ୍ଧି, କଙ୍ଗନା ରାଣାୱାତଙ୍କ ଦେଶ ସ୍ୱାଧୀନତା ଉପରେ ପ୍ରଶ୍ନ ଓ ଉତ୍ତରପ୍ରଦେଶ ଖେରୀରେ ହୋଇଥିବା ଚାଷୀ ହତ୍ୟା ଘଟଣାକୁ ପ୍ରତିବାଦ କରି ଯୁବ କଂଗ୍ରେସ ନେତା ମାନେ କଳାପତାକା ଦେଖାଇବା ସହ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି ।
ଏହା ସହିତ ମନ୍ତ୍ରୀ ଆସୁଥିବା ସ୍ଥାନରେ ପ୍ରାୟ ୩୦୦ ଆଦିବାସୀ ଲୋକ ବସବାସ କରନ୍ତି । ସେମାନଙ୍କୁ ଥଇଥନା କରିବା, ସେମାନଙ୍କର ଶିକ୍ଷାରେ ଉନ୍ନତ ଆଣିବା ଲାଗି ଆଦିବାସୀ କଲ୍ୟାଣ ଯୋଜନାରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଘୋଷଣା କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଏହା ସହିତ କଙ୍ଗନା ଦେଶର ସ୍ୱାଧୀନତାକୁ ନେଇ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରୁଥିବାରୁ ତାଙ୍କଠୁ ପଦ୍ମଶ୍ରୀ ଫେରାଇ ଆଣିବାକୁ ମଧ୍ୟ ଦାବି କରିଛି ଛାତ୍ର କଂଗ୍ରେସ ।
Powered by Froala Editor