ଅଲଗା ହେବାର ପ୍ରଶ୍ନ ନାହିଁ : ସୁନିତା ଆହୁଜା
ସୁନିତା ଆହୁଜାଙ୍କୁ ମୁମ୍ବାଇର ଫ୍ୟାମିଲି କୋର୍ଟ ବାହାରେ ଦେଖିବା ପରେ ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ମତଭେଦ ଥିବା ଏବଂ ଛାଡପତ୍ର ହୋଇପାରେ ବୋଲି ଖବର ସାମ୍ନାକୁ ଆସିଥିଲା। ତେବେ ଏବେ ଏହି ଘଟଣାରେ ନୂଆ ମୋଡ଼ ଆସିଛି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁସାରେ, ସୁନିତା ଆହୁଜା ଗୋବିନ୍ଦାଙ୍କ ବିରୋଧରେ ଦାଖଲ କରିଥିବା ଛାଡପତ୍ର ଯାଚିକାକୁ ଫେରାଇ ନେଇଛନ୍ତି । ଦୁହେଁଙ୍କ ମଧ୍ୟରେ ଏବେ ଅଲଗା ହେବାର ପ୍ରଶ୍ନ ନାହିଁ । ପରିବାର ଏହି କଠିନ ସମୟକୁ ପଛରେ ପକାଇ ଆଗକୁ ବଢ଼ିଛି । ପାରିବାରିକ ବିଷୟ ସାର୍ବଜନୀନ ହେବା ଉଚିତ୍ ନଥିଲା ବୋଲି ମଧ୍ୟ ସେ କହିଛନ୍ତି।
ସୁନିତା ଆହୁଜା ତାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ ସହ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । କୋର୍ଟରୁ ବାହାରିବା ସମୟରେ ସେ ସିଧା ନିଜ ଗାଡ଼ି ଆଡ଼କୁ ଯାଇଥିଲେ। ୟଶବର୍ଦ୍ଧନ ପାପାରାଜିଙ୍କୁ ଫଟୋ ଓ ଭିଡିଓ ନନେବାକୁ ଅନୁରୋଧ କରିଥିଲେ । କିନ୍ତୁ ପାପାରାଜି ଫଟୋ ନେବା ଜାରି ରଖିବାରୁ ସୁନୀତା ବ୍ୟଙ୍ଗାତ୍ମକ ଭାବେ କହିଥିଲେ, “ମୁଁ କୋର୍ଟକୁ କେକ୍ କାଟିବାକୁ ଆସିଥିଲି।”
୨୦୨୫ରେ ମଧ୍ୟ ଗୋବିନ୍ଦାଙ୍କ ଓକିଲ କହିଥିଲେ ଯେ ଦମ୍ପତି ନିଜ ମତଭେଦ ସମାଧାନ କରିନେଇଛନ୍ତି। ଏବେ ସୁନିତା ଆହୁଜା ଛାଡପତ୍ର ଯାଚିକା ପ୍ରତ୍ୟାହାର କରିଥିବାରୁ ସମ୍ପର୍କରେ ସୁଧାର ଆସିଥିବା ସ୍ପଷ୍ଟ ହୋଇଛି।
Powered by Froala Editor