ଏମିତି ବି ମୃତୁ୍ୟ ଆସେ, ଶୋଇଥିବା ଅବସ୍ଥାରେ ଚାଲିଗଲା ଜେଜେ ମା, ନାତୁଣୀଙ୍କ ଜୀବନ
ରାଇଘର: ଏମିତି ବି ମୃତୁ୍ୟ ଆସେ । ଶୋଇଥିବା ଅବସ୍ଥାରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ । ବନ୍ଦ ଘରୁ ସକାଳେ ଜେଜେମା ଓ ନାତୁଣୀର ଆଂଶିକ ପୋଡି ଯାଇଥିବା ଶବ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ନାକଟିସିମୋଡା ପଞ୍ଚାୟତ ଅନ୍ତର୍ଗତ ଦେଓଭରଣ୍ଡି (ନୂଆପରା) ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କେଉଁ ପରିସ୍ଥିତିରେ ଦୁହେଁ ବିଦୁ୍ୟତ ସଂସ୍ପର୍ଶରେ ଆସିଲେ ସ୍ପଷ୍ଟ ହୋଇପାରିନାହିଁ ।
ସୂଚନା ଅନୁସାରେ ଉପରୋକ୍ତ ଗାଁର ବୃଦ୍ଧା ମା ପାଚୋ ଗଣ୍ଡ (୬୫) ପୁଅ ତୁଳସୀରାମ ଗଣ୍ଡ ନିକଟରେ ସାରାଦିନ ରହୁଥିଲେ । କେବଳ ରାତିରେ ନାତୁଣୀ ତିଲିକା ଗଣ୍ଡ (୧୨)କୁ ନେଇ ପୁଅ ଘର ଠାରୁ ୫୦ ମିଟର ଦୂରରେ ନୂଆ କରି ନିର୍ମାଣ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଘରକୁ ଶୋଇବାକୁ ଯାଉଥିଲେ । ଗତକାଲି ବି ପୁଅ ବୋହୂ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏକାଠି ରାତି୍ରଭୋଜନ କରିଥିଲେ ପାଚୋ । ତେବେ ମାତ୍ରା କେଇ ଘଣ୍ଟା ମଧ୍ୟରେ ଏମିତି ଅଭାବନୀୟ ଘଟଣା ଘଟିଯିବ, କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ତେବେ ଏହି କାଣ୍ଡ ଯୋଗୁଁ ସାରା ଗାଁ’ରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor