ହୋଇପାରେ ବାତ୍ୟା, କେବେ ଜାଣନ୍ତୁ ?
ଭୁବନେଶ୍ୱର: ଗୋଟିଏ ଲଘୁଚାପର ପ୍ରଭାବ ନଯାଉଣୁ, ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି । ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଝଡବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ସୂଚନା ଅନୁସାରେ ୧୭ତାରିଖ ସନ୍ଧ୍ୟା କିମ୍ବା ୧୮ତାରିଖ ସକାଳେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବୋଲି କେତେକ ପାଣିପାଗ ମଡେଲ ଅନୁମାନ କରିଛି । ତେବେ ଏହା ଏହି ଲଘଚାପ ବାତ୍ୟାରେ ପରିଣତ ହେବକି ନାହିଁ ତାହା ଅସନ୍ତା ୨ଦିନ ମଧ୍ୟରେ ସ୍ପଷ୍ଟ ହେବ । ଏହି ଲଘୁଚାପ ଘନିଭୂତ ହୋଇ ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ଓ ଏହାର ପ୍ରଭାବରେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହା ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ମଧ୍ୟ ଏହାର ପ୍ରଭାବ ରହିବ । ଆକାଶ ମେଘାଚ୍ଛନ୍ନ ସାଙ୍ଗକୁ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି ।
Powered by Froala Editor