ବିବାହ ଖର୍ଚ୍ଚ ଉଠାଇବାକୁ ଅତିଥିଙ୍କୁ ଖାଇବା ଟଙ୍କା ମାଗିଲେ ନବଦମ୍ପତି

ବିବାହ ଖର୍ଚ୍ଚ ଉଠାଇବା ପାଇଁ ଏକ ନବବିବାହିତ ଯୋଡି ଖାଇବା ଟଙ୍କା ମାଗିଛନ୍ତି । ଯାହାକି ନିମନ୍ତ୍ରିତ ହୋଇଥିବା ଅତିଥି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଦମ୍ପତି ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ।
ସୂଚନା ଯେ, କିଛି ଦିନ ପୂର୍ବରୁ ହିଁ ଏମାନେ ଖୁବ୍ ଧୁମଧାମରେ ବିବାହ କରିଥିଲେ । ସବୁ କିଛି ବଡ ଆଡମ୍ବରରେ ଆୟୋଜନ ହୋଇଥିଲା । ନିମନ୍ତ୍ରିତ ଅତିଥି ମଧ୍ୟ ଭୁରି ଭୋଜନରେ ଆପ୍ୟାୟିିତ ହୋଇଥିଲେ । ହେଲେ ନିଜ ବିବାହ ଖର୍ଚ୍ଚ ଭରଣା ପୋଷଣ କରିବାକୁ ସେମାନଙ୍କ ନିକଟରେ ଅର୍ଥର ଘୋର ଅଭାବ ଥିଲା। ତେଣୁ ସେମାନେ ଏହି ଟଙ୍କା ନିମନ୍ତ୍ରିତ ଅତିଥିଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ପ୍ଲାନ୍ କଲେ। ଏପରିକି ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କଠାରୁ ପ୍ଲେଟ ପିଛା ୯୯ ଆମେରିକୀୟ ଡଲାର ଅର୍ଥାତ୍ ୭ ହଜାର ୩ଶହ ଟଙ୍କା ଦାବି କଲେ କନିଆ। କେବଳ ସେତିକି ନୁହେଁ, ବିବାହ ସ୍ଥଳରେ ଏକ ବକ୍ସ ମଧ୍ୟ ରଖିଥିଲେ । ସେଥିରେ ଟଙ୍କା ପକାଇବାକୁ ଅତିଥିଙ୍କୁ ଅନୁରୋଧ ମଧ୍ୟ କରାଯାଇଥିଲା। ବର-କନିଆଙ୍କ ଭବିଷ୍ୟତ ଜୀବନ, ହନିମୁନ ତଥା ନୂଆ ଘର ପାଇଁ ଏହି ଅର୍ଥ ରାଶି ବିନିଯୋଗ କରାଯିବ ବୋଲି ଲେଖାଯାଇଥିଲା।
ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ସେଠାରେ ଯୋଗ ଦେଇଥିବା ଜଣେ ଅତିଥି ଲେଖିଛନ୍ତି, ବିବାହ ସ୍ଥଳ ତାଙ୍କ ଘରରୁ ୪ ଘଣ୍ଟା ଦୂରରେ ଥିଲା। ଏଥିନିମନ୍ତେ ଗାଡ଼ି ଡ୍ରାଇଭ କରି ଯିବାକୁ ପଡ଼ିଲା। ଫଳରେ ପେଟ୍ରୋଲ ଅଧିକ ଖର୍ଚ୍ଚ ହେଲା। ଏହାବାଦ ଖାଇବା ପାଇଁ ଟଙ୍କା ଦେବାକୁ ପଡ଼ିଲା। ତେଣୁ ଏହା ଖୁବ୍ ବ୍ୟୟସାପେକ୍ଷ ହେଲା। ଅନ୍ୟମାନେ ଯେତେ ନିଜର ହେଲେ ବି ଏପରି ନିମନ୍ତ୍ରଣ ରକ୍ଷା କରି ଭୋଜିକୁ ଯିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି।
Powered by Froala Editor