ଯୁଦ୍ଧ ଯୋଗୁଁ ପାକିସ୍ତାନରେ ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ
ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ ବିପର୍ଯ୍ୟୟ ପାଲଟିଛି। ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି । ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଛନ୍ତି । ଦୁଇ ସପ୍ତାହ ପରେ, ଅନଲାଇନ୍ରେ କ୍ଲାସ୍ କରାଯିବ।
ସରିଫ ଏହି ନିଷ୍ପତ୍ତିକୁ କଠୋର ବୋଲି କହିଛନ୍ତି। ସେ କହିଛନ୍ତି ଆମେ ମୂଲ୍ୟ ବୃଦ୍ଧିକୁ ଏଡାଇବାକୁ ଚାହୁଁଛୁ। କାରଣ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। ଏକ ଟେଲିଭିଜନ ଭାଷଣରେ ସେ କହିଛନ୍ତି ଏଭଳି ପଦକ୍ଷେପଗୁଡ଼ିକ ଆବଶ୍ୟକ। ସେ ଚେତାବନୀ ଦେଇଛନ୍ତି, ଶକ୍ତି ସଙ୍କଟ ଏବେ ଏକ ନୂଆ ସମସ୍ୟାରେ ପରିଣତ ହୋଇଛି।
ଆମ୍ବୁଲାନ୍ସ ବ୍ୟତୀତ ସରକାରୀ ଯାନବାହାନ ପାଇଁ ଇନ୍ଧନ ଭତ୍ତା ଆଗାମୀ ଦୁଇ ମାସ ପାଇଁ ୫୦ ପ୍ରତିଶତ ହ୍ରାସ କରାଯାଇଛି । ବୈଠକରେ ସରକାରୀ କର୍ମଚାରୀଙ୍କ ଦରମା ଦୁଇ ମାସ ପାଇଁ ୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂତନ ଉପକରଣ କ୍ରୟ ବନ୍ଦ କରାଯିବ ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଶାହବାଜ ସରିଫ କହିଛନ୍ତି, କେବଳ ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟାବଶ୍ୟକ ଯାତ୍ରାକୁ ଅନୁମତି ଦିଆଯିବ । ଅନଲାଇନ୍ ବୈଠକକୁ ପ୍ରାଥମିକତା ଦିଆଯିବ।
Powered by Froala Editor