'ଦୁର୍ନୀତିଗ୍ରସ୍ତ ନ୍ୟାୟପାଳିକା' ଚାପ୍ଟର ପାଇଁ ଭୁଲ ମାଗିଲା NCERT
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା ଏନସିଇଆରଟି। ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ NCERT ନିର୍ଦ୍ଦେଶକ ଓ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିତରଣ ହୋଇଥିବା ସମସ୍ତ ପୁସ୍ତକ ପ୍ରତ୍ୟାହାର ହୋଇଛି । ଏବଂ ପୁସ୍ତକରେ ଆଉ ସେହି ବିବାଦୀୟ ଅଧ୍ୟାୟ ଅନ୍ତର୍ଭୁକ୍ତ ନାହିଁ।
ଏକ ବିବୃତ୍ତି ଜାରି କରି ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତରେ 'ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ' ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପାଇଁ କ୍ଷମା ମାଗିଛି । ଏନସିଆରଟି କହିଛି ଯେ ବିତରଣ ବହିକୁ ସମୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ପୂର୍ବରୁ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଦାୟୀ ଲୋକଙ୍କ ବିରୁଦ୍ଧରେ କାହିଁକି ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।
ଏନସିଇଆରଟି ଏକ୍ସ ରେ ଟ୍ୱିଟ୍ କରିଛି ଯେ ଏହା ସମ୍ପ୍ରତି ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ, “The Discovery of Society: India and Beyond” ଶ୍ରେଣୀ 8 (ଭାଗ II) ପ୍ରକାଶ କରିଥିଲା। ଏଥିରେ “The Role of the Judiciary in Our Society” ଶୀର୍ଷକ ଅଧ୍ୟାୟ IV ଅନ୍ତର୍ଭୁକ୍ତ ଥିଲା। ଏନସିଇଆରଟିର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉକ୍ତ ଅଧ୍ୟାୟ IV ପାଇଁ ନିଃସର୍ତ୍ତ ଏବଂ ସମ୍ପୂର୍ଣ୍ଣ କ୍ଷମା ପ୍ରାର୍ଥନା କରୁଛନ୍ତି। ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହାର କରାଯାଇଛି।
Powered by Froala Editor