ଭିଜିଲାନ୍ସ ରେଡ୍ ଦେଖି ଛାତ ଉପରୁ ନଗଦ ଟଙ୍କା ପେଟି ଫୋପାଡିଲେ ସରକାରୀ ବାବୁ

ଭୁବନେଶ୍ୱର: ଆଜି ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ଆଜି ସକାଳୁ ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିଲା । ତାଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୯ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯିବା ସମୟରେ ଆଉ ୨ଟି ଜାଗାରେ ସମ୍ପତ୍ତି ଥିବା ଜଣା ପଡିଥିଲା ।
ଆଇଆରସି ଭିଲେଜରେ ୪୧୬ ନମ୍ବର ଘର ଭିଜିଲାନ୍ସ ଚଢାଉ ବେଳେ ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ପାଖ ଘର ଛାତକୁ ଏକ ଟଙ୍କା ଭର୍ତ୍ତି ପେଟି ଫିଙ୍ଗି ଦେଇଥିଲେ । ଟଙ୍କା ଫୋପାଡିବା ସନେ୍ଦହ କରି ପାଖ ଘର ଛାତକୁ ଯାଇ ଭିଜିଲାନ୍ସ ଟଙ୍କା ପେଟିକୁ ଜବତ କରିଛି । ଏହି ଟଙ୍କା ଭିତରେ ବିଡାବିଡା ଟଙ୍କା ରହିଥିଲା । ଏଥିରେ ପ୍ରାୟ ୨୦ରୁ୩୦ଲକ୍ଷ ଟଙ୍କା ରହିଥିବା ସୂଚନା ମିଳିଛି ।
Powered by Froala Editor