ଥାନାରେ ହୁତହୁତ ହୋଇ ଜଳିଗଲା ୨୫ ଗାଡ଼ି

ଗୁଜୁରାଟ ଖେଡ଼ା ପୋଲିସ ଷ୍ଟେସନରେ ଗତକାଲି ନିଆଁ ଲାଗି ୨୫ରୁ ଅଧିକ ଗାଡ଼ି ଜଳି ପାଉଁଶ ହୋଇଯାଇଛି । ଗତକାଲି ଖେଡ଼ା ଥାନାରେ ହଠାତ୍ ନିଆଁ ଲାଗିଥିଲା । ନିଆଁ ଲାଗିବା କ୍ଷଣି ଥାନାର ପାଖଆଖ ଅଞ୍ଚଳରେ ଥିବା ସମସ୍ତ ଗାଡ଼ି ଜଳିଯାଇଛି । ନିଆଁକୁ ଆୟତ୍ତ କରିବା ଲାଗି ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦିଆଯାଇଥିଲା । ମାତ୍ର ସେତେବେଳକୁ ସମସ୍ତ ଗାଡ଼ିରେ ନିଆଁ ଲାଗିଯାଇଥିଲା ଏବଂ ଏହାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି । ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି।
ସୂଚନାରୁ ଅନୁସାରେ, ଘଟଣାରେ କୈାଣସି ବ୍ୟକ୍ତି କ୍ଷତି ନ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଥାନାରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା କଥା ଥାନାର ଜଣେ ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ଏହାର କାରଣ ସ୍ପଷ୍ଟ କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।
Powered by Froala Editor