ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଏନ୍ଡିଏମସି କନଭେନ୍ସନ ସେଣ୍ଟରରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ଅଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୨୨୪ଜଣ ବରିଷ୍ଠ ନାଗରୀକ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ଉତ୍ତର ପଦେଶ ସମେତ ୫ଟି ରାଜ୍ୟର ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହେବ ।
ବିଧାନସଭା ନିର୍ବାଚନ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇପାରେ । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ।
ଏହି ବୈଠକରେ ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦେ୍ଧଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି । କରୋନା ପାଇଁ ଦୁଇ ବର୍ଷ ପରେ ହେବାକୁ ଥିବା ଏହା ବିଜେପିର ପ୍ରଥମ ହ୍ରାଇବ୍ରିଡ୍ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରୁ ସମ୍ବୋଧିତ କରି ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି ।
Powered by Froala Editor