ଦୀପାବଳିରେ ହୋଲିର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରି ଲୋକହସା ହେଲେ ପାକିସ୍ତାନ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ
ଦୀପାବଳିରେ ହୋଲିର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରି ଲୋକହସା ହୋଇଛନ୍ତି ପାକିସ୍ତାନ ସିନ୍ଧ ପ୍ରଦେଶ ମୁଖ୍ୟମନ୍ତ୍ରୀ । ଦୀପାବଳିରେ ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହ ନିଜର ଟ୍ୱିଟର ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର ଗୋଟିଏ ଫଟୋ ରହିବା ସହ ଏଥିରେ ‘ହ୍ୟାପି ହୋଲି’ ଲେଖାଯାଇଥିଲା। କିଛି ସମୟରେ ସେ ଏହାକୁ ଡିଲିଟ କରି ଦେଇଥିଲେ। ହେଲେ ସେତେବେଳକୁ ଅନେକ ଲୋକ ଏହାର ସ୍କ୍ରିନ ଶଟ୍ ନେଇ ସାରିଥିଲେ। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉକ୍ତ ସ୍କ୍ରିନ ଶଟ୍କୁ ପାକିସ୍ତାନ ସାମ୍ବାଦିକ ମୁର୍ତାଜା ସୋଲାଙ୍ଗି ଶେୟାର କରି ଲେଖିଛନ୍ତି ଯେ ସିନ୍ଧିରେ ପାକିସ୍ତାନର ସବୁଠାରୁ ଅଧିକ ସଂଖ୍ୟକ ହିନ୍ଦୁ ଲୋକ ରୁହନ୍ତି। କିନ୍ତୁ ପରିତାପର ବିଷୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀମାନେ ଦୀପାବଳି ଓ ହୋଲି ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ନାହାନ୍ତି। ଏହା ଠାରୁ ବଡ଼ ଦୁଃଖ କିଛି ହୋଇ ନପାରେ ବୋଲି ସେ କହିଛନ୍ତି।
Powered by Froala Editor