ମମିତାଙ୍କ ଶବ ପୋଡିବାକୁ ୨ଟି ଟାୟାର ମଗାଇଥିଲା ଗୋବିନ୍ଦ

ଭୁବନେଶ୍ୱର: ମହାଲିଙ୍ଗ କଲୋଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଜୋର ଧରିଛି ରାଜନୀତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାରି ଭିତିରେ ଆଜି ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ବିବେକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କର ୧୬୧ ନମ୍ବର ବୟାନରୁ ଏହି ତଥ୍ୟ ମିଳିଛି ।
ତଥ୍ୟ ଅନୁସାରେ ଗତମାସ ୮ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ଗୋବିନ୍ଦ ମମିତାଙ୍କ ଶବ ପୋଡିବାକୁ ବିବେକଙ୍କଠୁ ୨ଟି ଟାୟାର ମଗାଇଥିଲା ଓ ଡ୍ରାଇଭର ରାଧେଶ୍ୟାମ ଦିନ ୩ଟାରେ ଯାଇ ଟାୟାର ଆଣିବ ବୋଲି କହିଥିଲା । ଏହାପରେ ଦିନ ୩ଟାରେ ଡ୍ରାଇଭର ରଧେଶ୍ୟାମ ଚଣ୍ଡି ବିବେକଙ୍କଠାରୁ ଯାଇ ୨ଟି ଟାୟାର ଆଣିଥିଲା । ଏହି ଟାୟାରରେ ମମିତାଙ୍କ ମୃତ ଶରୀରକୁ ଗୋବିନ୍ଦ ପୋଡିଥିବା ସୂଚନା ମିଳିଛି ।
Powered by Froala Editor