ପଶ୍ଚିମବଙ୍ଗରେ ଚିନ୍ତା ବଢ଼ାଉଛି ତିନି ଥର ରୂପାନ୍ତରିତ ହେଉଥିବା କରୋନା ଭୂତାଣୁ
କୋଲାକାତା: ପଶ୍ଚିମବଙ୍ଗରେ ଟି୍ରପଲ ମୁ୍ୟଟାଣ୍ଟ ତଥା ତିନି ଥର ରୂପାନ୍ତରିତ ହେଉଥିବା କରୋନା ଭୂତାଣୁ ଚିନ୍ତା ବଢ଼ାଉଛି । ଗତ ମାସରେ ଦେଶରେ ଦ୍ୱୈତ ରୂପାନ୍ତରିତ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଏବେ ଏହି ଟି୍ରପଲ ମୁ୍ୟଟାଣ୍ଟ ପୁଣି ଚିନ୍ତାର କାରଣ ପାଲଟିଛି । ବୈଜ୍ଞାନିକମାନେ ‘ବେଙ୍ଗଲ ଷ୍ଟ୍ରେନ’ କହୁଥିବା ଏହି ଟି୍ରପଲ ମୁ୍ୟଟାଣ୍ଟ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ପଶ୍ଚିମବଙ୍ଗରେ ଗତ କିଛି ମାସ ମଧ୍ୟରେ ବି ୧.୬୧୮ ଭୂତାଣୁ କ୍ଷୀପ୍ର ଗତିରେ ବ୍ୟାପୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ମହାରାଷ୍ଟ୍ର ନମୁନାରୁ ଡବଲ ମୁ୍ୟଟାଣ୍ଟ ଚିହ୍ନଟ ହେବା ପରେ ପଶ୍ଚିମବଙ୍ଗରୁ ଟି୍ରପଲ ମୁ୍ୟଟାଣ୍ଟ ଚିହ୍ନଟ ହୋଇଛି । ଗତ ୬୦ ଦିନରେ ବି.୬୧୮ କୁ ବହୁଳ ଭାବେ ସିକ୍ୱେନ୍ସ କରାଯାଇଛି । ମୋଟ ମାମଲାର ଏହା ପ୍ରାୟ ୧୨ ପ୍ରତିଶତ ।
Powered by Froala Editor