ଦୀପାବଳି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଜି ଦୀପାବଳି। ଖୁସି ଏବଂ ଆନନ୍ଦର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସର ମାହୋଲ। ତେବେ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ କରି ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଉଲ୍ଲାସ ଆଣିଦେଉ ବୋଲି ଟ୍ୱିଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅନ୍ୟପଟେ ଶୁଭ ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା' କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ସାବଧାନତା ଓ ସତର୍କତା ବଜାୟ ରଖି ଉତ୍ସବରେ ସାମିଲ ହୁଅନ୍ତୁ । ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦଭାସିତ କରିବା ପାଇଁ ଆସନ୍ତୁ ସକଳ୍ପବଦ୍ଧ ହୋଇ କାମ କରିବା । ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ।
Powered by Froala Editor