କୋଭାକ୍ସିନକୁ ମିଳିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନ୍ୟତା
କିଛି ମାସଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି । ଭାରତର ସ୍ବଦେଶୀ କରୋନା ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିଛି । ସେହିପରି କୋଭାକ୍ସିନ ଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତିରେ ସମ୍ଭବତଃ ଶେଷ ହୋଇଛି। କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି।
ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୫ଟି କରୋନା ଟିକା ଫାଇଜର ବାୟୋଏନଟେକ୍, ମଡର୍ଣ୍ଣା, ଜନସନ ଏଣ୍ଡ ଜନସନ, ଆଷ୍ଟ୍ରାଜେନିକା, ଚୀନର ସିନୋଫାର୍ମକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିସାରିଛି । ଭାରତୀୟ ଟିକାକୁ ବିଳମ୍ବରେ ଅନୁମତି ପ୍ରଦାନ କରୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ନେଇ ଭାରତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ଅନୁମତି ପ୍ରଦାନ ପରେ ଏହି ବିବାଦର ଅନ୍ତ ହୋଇଛି । ଅନୁମତି ମିଳିବା ପରେ କୋଭାକ୍ସିନ ଟିକା ନେଇଥିବା ଲୋକମାନଙ୍କୁ ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ସ୍ବୀକୃତି ମିଳିପାରିବ । ଏହା ସହିତ ଭାରତର ଏହି ଟିକା ଅନ୍ତର୍ଜାତୀୟ ଟିକା ମେଣ୍ଟ ‘କୋଭାକ୍ସ’ରେ ସାମିଲ ହୋଇପାରିବ ।
Powered by Froala Editor