ବାଣ ଫୁଟାଇବାରୁ ପିଲାଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ
ଆତସବାଜି ବା ବାଣ ଫୁଟାଇବା ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ବିତର୍କ ଚାଲିଥିବା ବେଳେ ଅଧ୍ୟାତ୍ମିକ ନେତା ସଦ୍ଗୁରୁ ଜଗ୍ଗି ବାସୁଦେବ କହିଛନ୍ତି, ବାୟୁ ପ୍ରଦୂଷଣ ପାଇଁ ପିଲାମାନଙ୍କୁ ବାଣଫୁଟା ଆନନ୍ଦରୁ ବଞ୍ଚିତ କରିବା ଗୋଟାଏ କାରଣ ନୁହେଁ। ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି କହିଛନ୍ତି ସଦଗୁରୁ। ବାଣ ଉପରେ ଲଗାଯାଇଥିବା କଟକଣାକୁ ନେଇ ବିବାଦ ଓ ବିତର୍କ ଲାଗି ରହିଥିବା ବେଳେ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜାଗି ବାସୁଦେବ ଚର୍ଚ୍ଚିତ ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ, ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ। ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ, ପ୍ରଦୂଷଣ ବଢିଯାଉଛି ସେକଥା ନୁହେଁ ବୋଲି ସଦ୍ଗୁରୁ କହିଛନ୍ତି । ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ। ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ପିଲାମାନଙ୍କୁ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ ଯୁକ୍ତି ବାଢ଼ିଛନ୍ତି। ଏନେଇ ସଦଗୁରୁ ଟ୍ୱିଟ୍ କରିବା ସହ ବାଣ ବ୍ୟାନକୁ ବନ୍ଦ କରାଯାଉ ବୋଲି ସେ ଲେଖିଛନ୍ତି । ଏକ ଭିଡିଓ ସମ୍ବଳିତ ଟ୍ୱିଟ୍ କରି ସଦଗୁରୁ କହିଛନ୍ତି ଯେ, ମୁଁ ଦୀର୍ଘ ବର୍ଷ ହେଲା ବାଣ ଫୁଟାଇ ନାହିଁ। କିନ୍ତୁ ମୁଁ ଯେତେବଳେ ଛୋଟ ଥିଲି ଆମେ ଦୀପାଳିରେ ଭରପୂର ମଜା ଉଠାଉଥିଲୁ।
Powered by Froala Editor