ସମବାୟ ସମିତି ନିର୍ବାଚନ ସମୟ ସୀମା ମଧ୍ୟରେ ସାରିବାକୁ ନିଦେ୍ର୍ଧଶ ଦେଲେ ଉଚ୍ଚ ନ୍ୟାୟାଳୟ
କଟକ: ରାଜ୍ୟର ସମସ୍ତ ସମବାୟ ସମିତି ନିର୍ବାଚନ କରିବାକୁ ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଧଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଅଦାଲତ । ସମବାୟ ସମିତି ନିର୍ବାଚନରେ ବିଳମ୍ବ ଦର୍ଶାଇ ଭବାନୀ ପ୍ରସାଦ ମାଝୀଙ୍କ ଦାୟର ମାମଲାରେ ବିଚାରପତି ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠ ରାୟ ପ୍ରକାଶ କରି ଏହି ନିର୍ବାଚନ ପାଇଁ ସମବାୟ ନିର୍ବାଚନ ଆୟୁକ୍ତ ଏକ ମାସ ମ୍ମରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।
ତେବେ ଜିଲ୍ଲାପାଳମାନେ ଆଉ କୋ-ଅପରେଟିଭ ସୋସାଇଟିର ପ୍ରଶାଶସନ ରହିପାରିବେ ନାହିଁ ବୋଲି ଅଦାଲତ ଦର୍ଶାଇ ରାଜ୍ୟ ସରକାର ନିର୍ବାଚନ ପାଇଁ ସମସ୍ତ ସହାୟତା ଦେବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ଓଡ଼ିଶା ରାଜ୍ୟରେ ୧୭ଟି କୋ-ଅପରେଟିଭ ବ୍ୟାଙ୍କ ରହିଛି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କର ପ୍ରଶାସକ ପଦକୁ ନେଇ ଉଚ୍ଚ ନ୍ୟାୟାଳୟରେ ହୋଇଥିଲା ଆହ୍ୱାନ (ଚାଲେଞ୍ଜ) । ସମବାୟ ସମିତି ଗୁଡ଼ିକର ପରିଚାଳନା ଦାୟିତ୍ୱ ଏବେ ପ୍ରଶାସକଙ୍କ ହାତରେ ଅଛି । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ହେବ ଶେଷ ହୋଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁନାହାନ୍ତି । ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ କରି ମାମଲା ରୁଜୁ ହୋଇଥିଲା ।
Powered by Froala Editor