ସେପ୍ଟେମ୍ବରରେ ୨୨ ଲକ୍ଷ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟସଆପ୍
କିଛି ବର୍ଷ ହେଲା ସମସ୍ତ ପ୍ରକାରର ବେଆଇନ କାମକୁ ରୋକିବା ପାଇଁ ହ୍ୱାଟସଆପ୍ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଓ ଟେକ୍ନୋଲଜିର ବ୍ୟବହାର କରୁଛି। ତେଣୁ ବିଶୃଙ୍ଖଳା ସୃଷ୍ଟିକାରୀ ୟୁଜର୍ସଙ୍କୁ ବ୍ୟାନ୍ କରାଯାଉଛି । ତେବେ ସେପ୍ଟେମ୍ବର ମାସରେ ମଧ୍ୟ ୨୨ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇଛି । ବ୍ୟବହାରକାରୀଙ୍କୁ ସୁରକ୍ଷିତ ସେବା ଯୋଗାଇ ଦେବା ହିଁ କମ୍ପାନୀର ଏକମାତ୍ର ଲକ୍ଷ୍ୟ ବୋଲି ହ୍ୱାଟସଆପ କହିଛି।
ସୋମବାର କମ୍ପାନୀ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ କମ୍ପାନୀ ୨୨,୦୯,୦୦୦ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି। ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟ ମେସେଜିଂ ସର୍ଭିସ ଯୋଗାଇ ଚାଲିଥିବା ହ୍ୱାଟସଆପ୍ ସମସ୍ତ ପ୍ରକାରର ଅଶାଳୀନ ବିଷୟବସ୍ତଠାରୁ ଲୋକଙ୍କୁ ଦୂରେଇ ରଖୁଛି।
ନୂଆ ଆଇଟି ଆଇନ ଅନୁଯାୟୀ, କମ୍ପାନୀ ୪ର୍ଥ ଥର ପାଇଁ ତା’ର ମାସିକ ରିପୋର୍ଟ ଜାରି କରିଛି। ଏଥିରେ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ କମ୍ପାନୀ ନେଇଥିବା ପଦକ୍ଷେପ ଗୁଡ଼ିକର ତଥ୍ୟ ରହିଛି। ମାସକ ମଧ୍ୟରେ କମ୍ପାନୀ ପାଖରେ ୫୬୦ଟି ରିପୋର୍ଟ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୧୨୧ଟି ରିପୋର୍ଟରେ ଆକାଉଣ୍ଟ ସର୍ପୋଟ କଥା କୁହାଯାଇଛି। ସେହିପରି ୩୦୯ଟି ଆବେଦନ ଆକାଉଣ୍ଟକୁ ବ୍ୟାନ କରିବା ପାଇଁ, ଅନ୍ୟ ସର୍ପୋଟ ଓ ପ୍ରଡକ୍ଟ ସର୍ପୋଟ ପାଇଁ ୪୯ଟି ଲେଖାଏ ଓ ସୁରକ୍ଷା ସମ୍ପର୍କରେ ୩୨ଟି ଆବେଦନ ହୋଇଛି।
Powered by Froala Editor