ହସ୍ପିଟାଲରେ ସାଧାରଣ ଲୋକଙ୍କୁ ଟାର୍ଗେଟ : ବୋମା ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ
କାବୁଲର ଏକ ଡାକ୍ତରଖାନାରେ ବୋମା ବିସ୍ଫୋରଣ ହେବାରୁ ୧୯ ଜଣ ମୃତ୍ୟୁ ବରଣ କରିବା ସହ ପ୍ରାୟ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ନ୍ୟୁଜ ଏଜେନ୍ସି ଏଏଫ୍ପିର ସୂଚନା ଅନୁଯାୟୀ, କାବୁଲ ସହରର ସରଦାର ମହମ୍ମଦ ଦାଉଦ ଖାନ ମିଲିଟ୍ରି ହସ୍ପିଟାଲ ନିକଟରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ହୋଇଛି । ଘଟଣାସ୍ଥଳ ନିକଟରେ ରହୁଥିବା ଲୋକଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରୁ ବିସ୍ଫୋରଣ ପରେ ଧୂଆଁ ଉଠୁଥିବା ନଜର ଆସିଛି ।
ଏହି ଘଟଣାକୁ ନେଇ ତାଲିବାନ ପ୍ରବକ୍ତା ବିଲାଲ କରିମି ଏସୋସିଏଟେଡ ପ୍ରେସ(ଏପି)କୁ କହିଛନ୍ତି କାବୁଲର ସରଦାର ମହମ୍ମଦ ଦାଉଦ ଖାନ ସେନା ହସ୍ପିଟାଲ ବାହାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି । ତେବେ ଘଟଣାସ୍ଥଳରେ ଆଉ ଏକ ବିସ୍ଫୋରଣ ହୋଇଥିବା କଥା ସେ କହି ନାହାନ୍ତି । ଏଥିପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି । ଏହି ଘଟଣା ପରେ ହସପିଟାଲର ସୁରକ୍ଷାକୁ ବଢାଇ ଦିଆଯାଇଛି ।
Powered by Froala Editor