ଚା’ ଦୋକାନରେ ମାଡ଼ିଗଲା ଟ୍ରକ୍ : ୬ ମୃତ, ଡ୍ରାଇଭରକୁ ଗୋଡେଇ ପିଟିଲେ ଲୋକେ
ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ଅନ୍ତର୍ଗତ ଭବରକୋଲ ଅଞ୍ଚଳର ଅହିରୋଲି ଗ୍ରାମର ଗାଜିପୁର-ବଲିଆ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ ଚା’ ଦୋକାନରେ ଉପରେ ଚଢ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜିୟନଦାସପୁର ଗ୍ରାମର ଉମାଶଙ୍କର ଯାଦବ(୫୦), ଗୋଲୁ ଯାଦବ(୧୫), ବିରେନ୍ଦ୍ର ରାମ(୪୫), ସତ୍ୟେନ୍ଦ୍ର ଠାକୁର(୨୮)ଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲେ । ଦୁର୍ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚନ୍ଦ୍ର ମୋହନ ରାୟ(୪୫), ଶ୍ୟାମ ବିହାରୀ କୁଶୱାହ(୩୫)ଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପରେ ଏଠାକାର ଗ୍ରାମବାସୀ ଉତ୍ୟକ୍ତ ହୋଇ ଚାଳକକୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ । ଗ୍ରାମବାସୀ ମିଶି ଚାଳକଙ୍କୁ ମାଡ଼ ମାରିଥିବାରୁ ସ୍ଥାନୀୟ ପୋଲିସ ତାକୁ ଡାକ୍ତରଖାନା ପଠାଇଥିଲା । ଅନ୍ୟ ଗୁରୁତର ଆହତ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଡାକ୍ତରଖାନା ପହଁଚାଇବାରେ ସାହାଯ୍ୟ କରିଥିଲା । ଗ୍ରାମବାସୀ ୪ ଜଣ ମୃତ ବ୍ୟକ୍ତିଙ୍କ ମର ଶରୀରକୁ ରାସ୍ତା ମଝିରେ ରଖି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଡିଏମ୍ ଓ ଏସପି ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ୨-୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ଗୁରୁତରଙ୍କୁ ଯଥା ସମ୍ଭବ ସାହାଯ୍ୟ ପାଇଁ ନିର୍ଦେଶ ଦେଇଛନ୍ତି।
Powered by Froala Editor