ମହାନଦୀ ଜଳ ବିବାଦ: ୩ ବର୍ଷ ପରେ ବି ମିଳିଲାନି ରାୟ
ମହାନଦୀ ଜଳ ବିବାଦ ମାମଲା ଟି୍ରବୁ୍ୟନାଲରେ ୩ ବର୍ଷ ହେଲା ବିରାରାଧୀନ ଥିବା ବେଳେ ଏ ପର୍ଯ୍ୟନ୍ତ ଅନ୍ତରୀଣ ରାୟ ପ୍ରକାଶ ପାଇଲା ନାହିଁ । ଅଣମୌସୁମୀ ଋତୁ (ନଭେମ୍ବର ମେ’) ମଧ୍ୟରେ ମହାନଦୀରୁ ଓଡ଼ିଶାକୁ ନିର୍ଦ୍ଧିଷ୍ଟ ପରିମାଣ ଜଳ ଛାଡ଼ିବା ଲାଗି ଦାବି କରି ରାଜ୍ୟ ସରକାର ଟି୍ରବୁ୍ୟନାଲରେ ପିଟିସନ ଦାଏର କରିଥିଲେ ।
ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣ ଓ ଏହାର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇବାକୁ ଓଡ଼ିଶା ସରକାର ଅନୁରୋଧ କରିଥିଲେ । ଏହାର ଶୁଣାଣି କରି ୨୦୧୯ ଫେବୃୟାରୀରେ ଟି୍ରବୁ୍ୟନାଲ ରାୟ ସଂରକ୍ଷିତ ରଖୁଥିଲେ । ଇତି ମଧ୍ୟରେ ଅଢେ଼ଇ ବର୍ଷ ବିତିବା ସହ ୩ଟି ଅଣମୌସୁମୀ ଋତୁ ଅତିବାହିତ ହୋଇଥିଲେ ମଧ୍ୟ ଟି୍ରବୁ୍ୟନାଲ ରାୟ ପ୍ରକାଶ କରିନାହାନ୍ତି । ଏହା ପୂର୍ବରୁ ଟି୍ରବୁ୍ୟନାଲ ୨୪ଟି ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷଣ ପରେ ୨୧ ଥର ଶୁଣାଣି କରିଛନ୍ତି ।
Powered by Froala Editor