ବାଣ କଟକଣା କୋହଳ କଲେ ସୁପ୍ରିମକୋର୍ଟ : କେବଳ ଗ୍ରୀନ କ୍ରାକର୍ସକୁ ଅନୁମତି

ବାଣ ବିକ୍ରି ଓ ଫୁଟାଇବା କଟକଣାକୁ କୋହଳ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗରେ ସବୁ ପ୍ରକାରର ବାଣ ଉପରେ ରୋକ ଲଗାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହାକୁ କୋହଳ କରି କେବଳ ଗ୍ରୀନ କ୍ରାକର୍ସ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି ।
ଅକ୍ଟୋବର ୩୦ରେ ଦୀପାବଳି, କାଳୀପୂଜା ସମେତ ଅନ୍ୟାନ୍ୟ ପର୍ବପର୍ବାଣିରେ ସମଗ୍ର ପଶ୍ଚିମବଙ୍ଗରେ ସମସ୍ତ ପ୍ରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ କୋଲକାତା ହାଇକୋର୍ଟ। ହାଇକୋର୍ଟ ପକ୍ଷରୁ କୁୁହାଯାଇଥିଲା ଯେ, ଛଟ୍ ପୂଜା, ଗୁରୁ ନାନକ ଜୟନ୍ତୀ, ଖ୍ରୀଷ୍ଟମାସ, ନୂଆବର୍ଷ ସମେତ ସମସ୍ତ ପର୍ବପର୍ବାଣିରେ ସମସ୍ତ ପ୍ରକାର ବାଣର ବିକ୍ରିି, ବ୍ୟବହାର ଏବଂ କିଣା ଉପରେ ପ୍ରତିିବନ୍ଧକ ଲଗାଯିିବ। ମହମବତି ବା ଦୀପ ଜାଳି ଉତ୍ସବପାଳନ କରାଯିବାକୁ ଅନୁମତି ମିଳିବ। ବାଣ ବିକ୍ରି ଏବଂ ବ୍ୟବହାରକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯିବ। ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଦାଲତ କହିଥିଲେ।
ହେଲେ ଆଜି କୋଲକାତା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଅଜୟ ରାସ୍ତୋଗୀଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି ଯେ, ପରିବେଶର ଗୁଣବତ୍ତା ମଧ୍ୟମ ଥିବା ଅଞ୍ଚଳରେ ବାଣ ଉପରେ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ବ୍ୟବହାର କରାଯାଇପାରିବ। ବାହାରୁ ଯେମିତି ଅସିଦ୍ଧ ଘୋଷଣା ହୋଇଥିବା ବାଣ କିମ୍ବା ସେ ସଂକ୍ରାନ୍ତୀୟ ସାମଗ୍ରୀ ରାଜ୍ୟ ମଧ୍ୟକୁ ଆମଦାନୀ ନ ହେବ, ତା’ର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
Powered by Froala Editor