କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ
ଭୁବନେଶ୍ୱର: ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ତାଲିକାର ହିସାବ ଦେଲା ଭିଜିଲାନ୍ସ । ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ୬କୋଟି ୯୭ ଲକ୍ଷ ୧୫ ହଜାର। ନିଜ ଆୟ ଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତ୍ତି ସେ ଠୁଳ କରିଛନ୍ତି। ଏଥିପାଇଥଁ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ। ପୂର୍ବରୁ ପ୍ରସନ୍ନଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।
ମନୀଷ ମୃତୁ୍ୟ ମାମଲାର ଖୋଳତାଡରେ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଥିଲା ଓ ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ପ୍ରସନ୍ନ ବେହେରାଙ୍କ ନାଁରେ ଅଭିଯୋଗ ଲମ୍ବିବା ପରେ ଭୋରୁ ଭୋରୁ ଆରମ୍ଭ ହୋଇ ଯାଇଥିଲା ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ ହୋଇଥିଲା ଚଢାଉ। ପ୍ରସନ୍ନଙ୍କ ସରକାରୀ ବାସଭବନ , ଭୁବନେଶ୍ୱର ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚର ଦୋକାନ, ଲିଙ୍ଗିପୁରସ୍ଥିତ ସ୍ପାର୍କ ଫର୍ଣ୍ଣିଚର ୱାର୍କସପ୍ , ପାତ୍ରପଡାର ସାଉଥ୍ ସିଟି ବାର ଓ ଖୋର୍ଦ୍ଧାରେ ଥିବା ଦୁଇ ମହଲା ଘର ଉପରେ ଦୁଇ ଜଣ ଡିଏସପି, ୬ ଜଣ ଇନସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ୫ଟି ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ଯେଉଁ ସବୁ ସମ୍ପତ୍ତି ଠାବ ହୋଇଥିଲା, ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Powered by Froala Editor