ଛାତିରେ ପଶିଗଲା ୪୦ ଫୁଟ୍ର ଲୁହାରଡ୍
ହରିୟାଣାରେ ଜଣେ ଯୁବକ ସାଂଘାତିକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘରୁ ବାହାରି ଯୁବକ ବାଇକ ଯୋଗେ ତେଲ ଆଣିବାକୁ ବଜାରକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଲୁହାରଡ଼ ଭର୍ତ୍ତି ଏକ ଗାଡ଼ି ସହିତ ତାଙ୍କର ଧକ୍କା ହୋଇ ଯାଇଥିଲା। ଧକ୍କା ହେବା ପରେ ତାଙ୍କ ଛାତିରେ ୪୦ଫୁଟ ଲମ୍ବର ଦୁଇଟି ଲୁହାରଡ଼ ପଶି ଯାଇଥିଲା। ଗ୍ରାମବାସୀମାନେ ସଠିକ ସମୟରେ ଲୁହାରଡ଼ କାଟି ଯୁବକଙ୍କୁ ହରିୟାଣା ରୋହତକର ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ପ୍ରାୟ ୫ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ କାର୍ଡିଓ ସର୍ଜରୀ ଏବଂ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ପରେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି। ବର୍ତ୍ତମାନ ରୋଗୀର ଅବସ୍ଥା ବିପଦ ମୁକ୍ତ ଅଛନ୍ତି।
Powered by Froala Editor