ଚାଲିଛି ତାଲିବାନର ରାଜ, ୧୩ ଆଫଗାନୀଙ୍କୁ ଗୁଳି କରି ହତ୍ୟା
କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନର ରାଜ । ଆଫଗାନର ନଙ୍ଗରହାର ପ୍ରଦେଶରେ ଏକ ବିବାହ ଉତ୍ସବରେ ଗୀତ ବଜାଇବାରୁ ୧୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ ଆତଙ୍କୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ସେ ଟ୍ବିଟ କରି ଲେଖିଛନ୍ତି ଯେ ଏକ ବିବାହ ଉତ୍ସବରେ ଗୀତ ବଜାଇବାରୁ ତାଲିବାନ ଆତଙ୍କୀ ୧୩ ଆଫଗାନବାସୀଙ୍କୁ ହତ୍ୟା କରିଛନ୍ତି । ଆଉ ଏଥିପାଇଁ କେବଳ ପାକିସ୍ତାନ ହିଁ ଦାୟୀ । କାରଣ ଦୀର୍ଘ ୨୫ ବର୍ଷ ହେଲା ପାକିସ୍ତାନ ତାଲିବାନ ଆତଙ୍କୀଙ୍କୁ ତାଲିମ ଦେଇ ଆସୁଛି । ଯାହା ଫଳରେ ସେମାନେ ଆଫଗାନ ସଂସ୍କୃତିକୁ ଧ୍ବଂସ କରିବା ସହ ଆଫଗାନ ମାଟିକୁ କବଜା କରି ସେଠାରେ ଆଇଏସଆଇର କଠୋର ଶାସନ ଲାଗୁ କରିଛନ୍ତି । ଫଳରେ ଏବେ ତାଲିବାନ ଆଫଗାନରେ କ୍ଷମତାକୁ ଆସିବା ପରେ ନିଜର କଠୋର ଶାସନ ଆରମ୍ଭ କରି ନୀରିହ ଲୋକଙ୍କୁ ହତ୍ୟା କରିବା ସହ ଆଫଗାନବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିବା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।
ମିଳିଥିବା ସୂଚନା ଅନୁଯାୟୀ ଆଫଗାନକୁ ତାଲିବାନ ନିଜ କବଜାକୁ ଆଣିବାପରେ ନିଜର କଠୋରପନ୍ଥୀ ନିୟମ ପୁନଃ ଲାଗୁ କରି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରିବା ସହ ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି ତାଲିବାନ ଆତଙ୍କୀ ।
Powered by Froala Editor