ମଙ୍ଗଳସୂତ୍ର ବିଜ୍ଞାପନରେ ନଗ୍ନତା: ଡିଜାଇନର ସବ୍ୟସାଚୀଙ୍କ ନାଁରେ ମାମଲା

ମଙ୍ଗଳସୂତ୍ର ବିଜ୍ଞାପନରେ ଅଶ୍ଳୀଳତା ଦେଖାଇବାକୁ ନେଇ ଫ୍ୟାସନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀିଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିଜେପିର ପରାମର୍ଶଦାତା ତଥା ଓକିଲ ଆଶୁତୋଷ ଦୁବେ ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ସେ କହିଛନ୍ତି, ‘ମଙ୍ଗଳସୂତ୍ର ହିନ୍ଦୁ ନାରୀଙ୍କ ପରିଚୟ । ଏହା କୌଣସି ନଗ୍ନତାକୁ ଦର୍ଶାଏ ନାହିଁ । ପରମ୍ପରା ସହ ଜଡିତ ଏହି ମଙ୍ଗଳସୂତ୍ରକୁ ସବ୍ୟସାଚୀ ଯେଉଁଭଳି ଭାବେ ଦର୍ଶାଇଛନ୍ତି ତାହା ହିନ୍ଦୁ ଧର୍ମକୁ କୁଠାରଘାତ କରୁଛି । ତେଣୁ ଏହି ବିଜ୍ଞାପନ ୧୫ ଦିନ ଭିତରେ ବନ୍ଦ ହେବା ଦରକାର ବୋଲି କହିଛନ୍ତି । ଏଭଳି ଭାବରେ ହିନ୍ଦୁ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ଅସମ୍ମାନ କରାଯାଉଛି। ଏହାକୁ ପ୍ରଦର୍ଶନ କରିବା ଉଚିତ୍ ନୁହେଁ। ତେବେ ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାନୁସାରେ, ଏକ ମଙ୍ଗଳସୂତ୍ର ଡିଜାଇନ୍ର ବିଜ୍ଞାପନ ପାଇଁ ସେ ଫଟୋ ଶୁଟ୍ କରାଯାଇଥିଲା। ଯେଉଁଥିରେ ‘ଅର୍ଦ୍ଧ ଉଲଗ୍ନ ମଡେଲ୍’ ହୋଇ ଅଶ୍ଳୀଳ ଢଙ୍ଗରେ ପୋଷାକ ପିନ୍ଧି ମଡେଲମାନଙ୍କ ଫଟୋ ଦେଖିବାକୁ ମିଳିଥିଲା। ମଙ୍ଗଳସୂତ୍ର ଅପେକ୍ଷା ତାଙ୍କର ନଗ୍ନତାକୁ ବେଶୀ ଦର୍ଶାଯାଇଥିଲା। ଏହି ବିଜ୍ଞାପନ ଶସ୍ତା ଢ଼ଙ୍ଗରେ ପରିବେଷଣ କରାଯିବା ସହ ନାରୀର ସମ୍ମାନରେ ମଧ୍ୟ ହାନି ଘଟୁଛି। ଏ ନେଇ ସବ୍ୟସାଚୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଅନେକ ୟୁଜର୍ସ ଏଭଳି ନଗ୍ନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
Powered by Froala Editor