ମହଙ୍ଗା ମାଡରୁ ମିଳୁନି ନିସ୍ତାର, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ପ୍ରତିଦିନ ନିଜର ପୂର୍ବ ରେକର୍ଡ ବ୍ରେକ କରିବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଆଜି ମଧ୍ୟ ଲଗାତାର ପଞ୍ଚମ ଦିନରେ ଦର ବଢିଛି । ପୁଣି ୩୫ ପଇସା ଲେଖାଏଁ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।
୩୫ ପଇସା ମହଙ୍ଗା ସହ ଆଜି ଦିଲ୍ଲୀରେ ପେଟ୍ରୋଲ ରେଟ୍ ଲିଟର ପିଛା ୧୦୯.୩୪ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ୯୮.୦୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୧୧୫.୫୧ ଟଙ୍କା ଏବଂ ଡିଜେଲ ୧୦୬ ଟଙ୍କାରେ ବିକ୍ରି ହେଉଛି ।ଯଦି କୋଲକାତା କଥା କହିବା ତେବେ ଏଠାରେ ଦାମ୍ ଯଥାକ୍ରମେ ୧୦୯,୭୯ ଟଙ୍କା ଏବଂ ୧୦୧.୧୯ ଟଙ୍କାରେ ପହଞ୍ଚିଛି । ସେହିପରି ଓଡିଶାର ମାଲକାନଗିରି ଜିଲ୍ଲାରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ରହିଛି । ମାଲକାନଗିରିରେ ପେଟ୍ରୋଲ ୧୧୫ ଟଙ୍କା ଏବଂ ଡିଜେଲ ୧୧୨ ଟଙ୍କା ପାର୍ କରିଛି । ପେଟ୍ରୋଲ ଏବଂ ଡିଜେଲରେ ଏଭଳି ରେକର୍ଡ ବୃଦ୍ଧି ଏବେ ଦେଶରେ ଉଗ୍ର ରୂପ ନେବାରେ ଲାଗିଛି । କିଛି ରାଜନୈତିକ ଦଳ ମଧ୍ୟ ଏହି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।କହିରଖୁଛୁ କି, ଚଳିତ ବର୍ଷ ଆରମ୍ଭରୁ ଦେଶରେ ପେଟ୍ରୋଲ ଏବଂ ଡିଲେଜ ପାଖାପାଖି ୨୬ ଟଙ୍କା ଯାଏଁ ମହଙ୍ଗା ହୋଇଛି ।
Powered by Froala Editor