ବଡ଼ ଖବର, ବୃଦ୍ଧି ହୋଇପାରେ ମଦ ଦର

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ବଡ଼ ଖବର। ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁସାରେ ନଭେମ୍ବର ୧୭ ତାରିଖ ଠାରୁ ଦୋକାନ ଖୋଲିବା ସହ ୮-୯ ପ୍ରତିଶତ ଦର ବୃଦ୍ଧି ହୋଇପାରେ। ଦିଲ୍ଲୀ ସରକାରଙ୍କ ଅବକାରୀ ବିଭାଗ ଗୁରୁବାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେ, ସବୁ ପ୍ରକାର ମଦର ଦର ୮ରୁ ୯ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଅବକାରୀ ବିଭାଗ ଦିଲ୍ଲୀରେ ପଂଜୀକୃତ ହୋଇଥିବା ମଦ ଅତିକମରେ ଦର ନିର୍ଦ୍ଧାରଣ କାମ ଚାଲିଛି। ଜଣେ ବ୍ୟବସାୟୀ କହିଛନ୍ତି ଯେ, ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିପାରେ। କିନ୍ତୁ ୨୦୨୧-୨୨ ପାଇଁ ଅବକାରୀ ନୀତି ଅନୁସାରେ କେତେ ପ୍ରତଶତ ବଢ଼ିବ ଆଗାମୀ ଦିନରେ ଜଣାପଡ଼ିବ। ଅନ୍ୟପଟରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଦର ବୃଦ୍ଧି ନେଇ ସୂଚନା ଦେବାକୁ ମନା କରିଛନ୍ତି।
Powered by Froala Editor