ମମିତା ମେହେର ମୃତୁ୍ୟମାମଲା:ଆଜି ପୋଲିସ କଂଗ୍ରେସକର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର: ମହାଲିଙ୍ଗ କଲୋଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଜୋର ଧରିଛି ରାଜନୀତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନେ୍ଦହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଯୁବ କଂଗ୍ରେସ ପକ୍ଷରୁ ନବିନ ନିବାସ ଘେରାଉ ପାଇଁ ରାଲି କରାଯାଇଥିଲା ।
ତେବେ ନବୀନ ନିବାସ ଆଡକୁ ଆସୁଥିବା ସମୟରେ ପୋଲିସ କଂଗ୍ରେସକର୍ମୀଙ୍କୁ ଶିଶୁଭବନ ଛକରେ ଅଟକାଇବାକୁ ଚେଷ୍ଟା କରିଥିଲା । ବ୍ୟାରିକେଟ ଭାଙ୍ଗି କଂଗ୍ରେସକର୍ମୀ ନବୀନ ନିବାସ ଆଡକୁ ଯାଉଥିବାବେଳେ ପୋଲିସ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏହି ରାଲିରେ ସୁର ରାଉତରାଏ ଓ ମହମ୍ମଦ ମୋକିମ ରହିଛନ୍ତି ।
Powered by Froala Editor