ପମ୍ପରେ ଆଉ ମିଳିବନି ପେଟ୍ରୋଲ !
ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ। ଇରାନ ଉପରେ ଆକ୍ରମଣ ପାଇଁ ତୈଳ ଯୋଗାଣ ହେଉଛି ବାଧାପ୍ରାପ୍ତ। ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ଏବେ ତେଲ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି।
ଇରାନ-ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୪.୫୧ ଡଲାର ଛୁଇଁଛି । ଅଶୋଧିତ ତୈଳ ମୂଲ୍ୟରେ ଏହି ବୃଦ୍ଧି ଗତ ୩୦ ମାସ କିମ୍ବା ଅଢ଼େଇ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି । ପୂର୍ବରୁ ସେପ୍ଟେମ୍ବର ୧୮, ୨୦୨୩ରେ ତୈଳ ମୂଲ୍ୟ ଏହି ସ୍ତର ପାଖାପାଖି ଦେଖାଯାଇଥିଲା । ୯୪ ଡଲାର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଭାରତରେ ପେଟ୍ରୋଲ ଡିଜେଲ ଦର ବଢିବା ଆଶଙ୍କା କରାଯାଉଛି ।
ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଷ୍ଟକ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଆଶଙ୍କା କରାଯାଉଛି ଯେ ଦେଶରେ କେବଳ ଆଉ ମାତ୍ର କିଛି ଦିନ ପାଇଁ ତେଲ ବାକି ଅଛି। ପାକିସ୍ତାନ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ (PPDA) ଏବେ କହିଛି ଯେ ସରକାର ୨୦-୨୫ ଦିନର ଯୋଗାଣ ଦାବି କରୁଥିବା ବେଳେ, ଗତ ତିନି ଦିନ ଧରି ସେମାନଙ୍କୁ କୌଣସି ତେଲ ମିଳିନାହିଁ।
ଗୁରୁବାର ଦିନ PPDA ନେତାମାନେ ଏକ ଚେତାବନୀ ଜାରି କରି ଅଭିଯୋଗ କରିଛନ୍ତି ଯେ ପେଟ୍ରୋଲିୟମ୍ କମ୍ପାନୀଗୁଡ଼ିକ ଯୋଗାଣ ହ୍ରାସ କରିଛନ୍ତି ଏବଂ ଧମକ ଦେଇଛନ୍ତି ଯେ ଯଦି ଯୋଗାଣରେ ଉନ୍ନତି ନହୁଏ, ତେବେ ଆଗାମୀ କିଛି ଦିନ ମଧ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ହୋଇପାରେ।
ଭାରତ ଏହାର ଆବଶ୍ୟକତାର ପ୍ରାୟ ୮୫% ଅଶୋଧିତ ତୈଳ ଆମଦାନୀ କରିଥାଏ । ଅଶୋଧିତ ତୈଳ ମୂଲ୍ୟରେ ପ୍ରତ୍ୟେକ ଡଲାର ବୃଦ୍ଧି ଭାରତର ଆମଦାନୀ ବିଲ୍ ହଜାର ହଜାର କୋଟି ଟଙ୍କା ବୃଦ୍ଧି କରେ । ଏହି ୩୫% ମୂଲ୍ୟ ବୃଦ୍ଧି ସିଧାସଳଖ ଭାରତର ବାଣିଜ୍ୟ ନିଅଣ୍ଟ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ପ୍ରଭାବିତ କରୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଲୋକଙ୍କ ମନରେ ପେଟ୍ରୋଲ-ଡିଜେଲକୁ ନେଇ ଚିନ୍ତା ବଢିଛି । ଭାରତ ପାଖରେ ୭ରୁ୮ ସପ୍ତାହ ତେଲ ଗଚ୍ଛିତ ଅଛି ।
Powered by Froala Editor