ବିବାହ ବନ୍ଧନରେ ଅର୍ଜୁନ-ସାନିଆ
ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ବିବାହ କରିଛନ୍ତି । ଅର୍ଜୁନଙ୍କ ବିବାହର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅର୍ଜୁନ ସାନିଆଙ୍କୁ ବରମାଳା ପିନ୍ଧାଉଥିବା ଦେଖାଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଅର୍ଜୁନ ତେନ୍ଦୁଲକର ପ୍ରଥମେ ସାନିଆ ଚନ୍ଦୋକଙ୍କୁ ବରମାଳା ପିନ୍ଧାଇଥିଲେ । ତା’ପରେ ଅର୍ଜୁନ ଏବଂ ସାନିଆ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି । ବାପା ସଚିନ ତେନ୍ଦୁଲକର ସେମାନଙ୍କ ପଛରେ ଠିଆ ହୋଇ ଫୁଲ ବର୍ଷା କରୁଛନ୍ତି । ଅର୍ଜୁନଙ୍କ ମାଆ ଅଞ୍ଜଳି ତେନ୍ଦୁଲକର ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି ।
ସଚିନ ଏହି ଉତ୍ସବରେ ଏକ ସବୁଜ ରଙ୍ଗର କୁର୍ତ୍ତା ସହ ଧଳା ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ । ସଚିନ ବେଶ ସୁନ୍ଦର ଦିଶୁଥିଲେ । ଏହି ଅବସରରେ ସେ ମାଇକ୍ ଧରି କହିଥିଲେ କି, ସମୟ ସହିତ ମେହେନ୍ଦିର ଗଭିରତା ଆହୁରି ଗଭୀର ହୁଏ । ଯାହାର ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ବିବାହ ସହ ଯୋଡ଼ୁଛନ୍ତି ଫ୍ୟାନ୍ସ । କୁହାଯାଏ କି, ମେହେନ୍ଦି ଯେତେ ଗାଢ଼ା ହୋଇ ପାଚେ ଭଲ ପାଇବା ସେତେ ଅଧିକ ରହେ ବୋଲି କୁହାଯାଏ । ଏହାସହ ଯୋଡ଼ି ଏବେ ସଚିନଙ୍କ ଭିଡିଓ ପୋଷ୍ଟ କରାଯାଉଛି ।
ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହରେ ଅନେକ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଯୋଗ ଦେଇଥିଲେ। ଅର୍ଜୁନ ଏବଂ ସାନିଆଙ୍କ ବିବାହରେ ରାହୁଲ ଦ୍ରାବିଡ, ରବି ଶାସ୍ତ୍ରୀ, ଅନିଲ କୁମ୍ବଲେ, ସୁନୀଲ ଗାଭାସ୍କର, ଏମଏସ ଧୋନି, ୟୁସୁଫ ପଠାନ ଏବଂ ଇରଫାନ ପଠାନ ପ୍ରମୁଖ ସାମିଲ ଥିଲେ ।
Powered by Froala Editor