ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
କର୍ଣ୍ଣାଟକ:୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ କର୍ଣ୍ଣାଟକରେ ସୋସିଆଲ ମିଡିଆ ବ୍ୟାନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଚଳିତ ବର୍ଷ ରାଜ୍ୟରେ ବଜେଟ ଆଗତ ବେଳେ ମୁଖ୍ୟମନ୍ତ୍ରୀ ଏହି ନିୟମ ଲାଗୁ କରିବା ନେଇ ଘୋଷଣା କରିଛନ୍ତି। ସୋସିଆଲ ମିଡିଆର ନକରାତ୍ମକ ପ୍ରଭାବରୁ ଶିଶୁଙ୍କୁ ଦୂରରେ ରଖିବାକୁ ଏହି ନିଷ୍ପତ୍ତି ସରକାରଙ୍କ ପକ୍ଷରୁ ନିଆଯାଇଥିବା ନେଇ ସୂଚନାମିଳିଛି।
Powered by Froala Editor