ଖସିପାରିବେ ନାହିଁ ଦିବ୍ୟଶଙ୍କର: ଲେଖାଶ୍ରୀ
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଅଞ୍ଚଳରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଲିଖିତ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ୟାପଟେନ ୧୦ଟି ପଏଣ୍ଟରେ ଦେଇଥିବା ବିବୃତ୍ତିର ପ୍ରତିଜବାବ ରଖିଛି ବିଜେପି । ଏହାସହ ମନ୍ତ୍ରୀଙ୍କୁ ସିଧାସଳଖ ୪ଟି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ଲେଖାଶ୍ରୀ କହିଛନ୍ତି ଯେ, ଦିବ୍ୟଶଙ୍କରଙ୍କ ବିବୃତ୍ତିରୁ ବିଜୁ ଜନତା ଦଳ ଏବଂ ତାଙ୍କ ନେତୃତ୍ୱର ସମ୍ବେଦନ ହୀନତା ସ୍ପଷ୍ଟ ବାରି ହେଉଛି । ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମାଆକୁ କନ୍ଦେଇ ମାଆ ମାଣିକେଶ୍ୱରଙ୍କ ନାଁ ନେଇ ଖସିପାରିବେ ନାହିଁ । ଦିବ୍ୟଶଙ୍କର ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ନ ଦେଖାଇ ଓଡ଼ିଶାବାସୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ।
ବାୟୁ ସେନାରେ ସେ ଜଣେ ପୂର୍ବତନ ସୈନିକ କହି ପ୍ରଶଂସା ସାଉଁଟିବା ପାଇଁ ସେ ଅପଚେଷ୍ଟା କରିଛନ୍ତି । ଦୟାକରି ମନ୍ତ୍ରୀ ଏପରି କଥା କହି ଭାରତୀୟ ବାୟୁ ସେନାକୁ ନିନ୍ଦିତ ନ କରନ୍ତୁ । ଭାରତୀୟ ବାୟୁ ସେନା ପ୍ରତି ଦେଶର ନାଗରିକଙ୍କର ଯଥେଷ୍ଟ ସମ୍ମାନ ରହିଛି । ତାହାକୁ କ୍ଷୁର୍ଣ୍ଣ କରନ୍ତୁ ନାହିଁ । ଘଟଣା ଘଟିବାର ୨୧ ଦିନ ବିତିଯାଇଥିଲେ ମଧ୍ୟ ଦିବ୍ୟଶଙ୍କର, ବିଜେଡ଼ି ଦଳ ଏବଂ ତାଙ୍କର ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନାହିଁ । କିମ୍ବା ଭେଟିଲେ ନାହିଁ । ନିଜେ ଏହି ଘଟଣାରେ ନୀରବ ରହିବା ଓ ଆତ୍ମଗୋପନ କରିବା ରାଜ୍ୟର ସାଢେ ଚାରି କୋଟି ଜନତାଙ୍କୁ କଷ୍ଟ ଦେଇଛି ।
ନିରପେକ୍ଷ ଖବର ପ୍ରସାରିତ କରୁଥିବା ଗଣମାଧ୍ୟମ ସହିତ ଓଡ଼ିଶାର ସମସ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ମାନହାନୀ ମୋକଦ୍ଦମା କରି ଦିବ୍ୟଶଙ୍କର ମିଶ୍ର ଏହି ଜଘନ୍ୟ ହତ୍ୟାକାଣ୍ଡରୁ ଖସିପାରିବେ ନାହିଁ । କିମ୍ବା ସତ୍ୟ ପରିବେଷଣ କରୁଥିବା ଗଣମାଧ୍ୟମ ଉପରେ ରୋକ ଲଗାଇ ପାରିବେ ନାହିଁ । ଆମେ ରାଜ୍ୟର ସମସ୍ତ ଗଣମାଧ୍ୟମ ସହ ଅଛୁ । ପୀଡ଼ିତା ପରିବାରଙ୍କୁ ନ୍ୟାୟରୁ ବଞ୍ଚିତ କରି ଏହି ଘଟଣାରେ ନିବୃତ୍ତ ରହିପାରିବେ ନାହିଁ । ମନ୍ତ୍ରୀ ଭାବେ ଏହି ଘଟଣାର ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁକ୍ତ ଓ ନିରପେକ୍ଷ ତଦନ୍ତ କଥା କହିବା ଦୁଃଖଦ ପୂର୍ଣ୍ଣ ।ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ମମିତା ମେହେରଙ୍କ ପାଖରେ ଦିବ୍ୟଶଙ୍କରଙ୍କ କେଉଁ ଭିଡ଼ିଓ ଥିଲା, ଯେଉଁଥିପାଇଁ ମମିତାଙ୍କ ବିଭତ୍ସ ଭାବେ ହତ୍ୟା କରାଗଲା ? ଏହା ଉପରେ ଦିବ୍ୟଶଙ୍କର ସ୍ପଷ୍ଟିକରଣ ରଖନ୍ତୁ ।ରାୟପୁରରେ ଏକ ଘରେ ସେ ହତ୍ୟାକାରୀ ଗୋବନ୍ଦ ସାହୁଙ୍କ ସହ କଣ ବୁଝାମଣା କରିବାକୁ ଯାଇଥିଲେ ? ମନ୍ତ୍ରୀ ଉତ୍ତର ରଖନ୍ତୁ । ଗୋବିନ୍ଦ ସାହୁ ଫେରାର କରାଇବା ଏବଂ ଘଟଣାକୁ ଚାପି ଦେବା ଓ ପ୍ରମାଣ ନଷ୍ଟ କରିବାରେ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତ ଅଛନ୍ତି ନା ନାହିଁ, ସ୍ପଷ୍ଟ କରନ୍ତୁ ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ସାହୁ ଯାଇଥିଲେ ତାହା ଉପରେ ମଧ୍ୟ ମନ୍ତ୍ରୀ ଉତ୍ତର ରଖିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଉଛି ।
Powered by Froala Editor