ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ରେଜଲ୍ଡ
ନୂଆଦିଲ୍ଲୀ: ପ୍ରକାଶ ପାଇଲା UPSC-୨୦୨୧ ପ୍ରିଲିମିନାରୀ ପରୀକ୍ଷା ଫଳ । ଏନେଇ ଗତକାଲି କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ଟଚଝଉ ପକ୍ଷରୁ ଓ୍ବେବ ସାଇଟରେ ଫଳ ପ୍ରକାଶ ପାଇଥିବା ନେଇ ଘୋଷଣା କରାଯାଇଛି । ପରୀକ୍ଷାର୍ଥୀମାନେ upsc.gov.inରୁ ପରୀକ୍ଷା ଫଳ ଜାଣିପାରିବେ । ଗତ ୨୦୨୧ ଅକ୍ଟୋବର ୧୦ରେ ହୋଇଥିଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ।
ଚଳିତ ବର୍ଷ ଦେଶର ୮୩ଟି ସହରରେ UPSC-୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ଅର୍ଥାତ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ତେବେ କୋରୋନା ସଂକ୍ରମଣ ଯୋଗୁଁ ଜୁନ୍ ୨୭ରେ ହେବାକୁ ଥିବା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷାକୁ ସ୍ଥଗିତ ରଖାଯିବା ପରେ ଅକ୍ଟୋବର ୧୦ରେ ଅନୁଷ୍ଠିତ ହୋଇଥିଲା ।୩ଟି ପର୍ୟ୍ୟାୟ ଯଥା ପ୍ରିଲିମ, ମେନ୍ ଓ ସାକ୍ଷାତକାର ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ଆୟୋଜିତ କରିଥାଏ ୟୁପିଏସସି । ଏହି ପରୀକ୍ଷା ଜରିଆରେ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା ଓ ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ ଚୟନ କରାଯାଏ ।
Powered by Froala Editor