ମୋଦିଙ୍କ ୟୁରୋପ ଗସ୍ତର ଆଜି ଦ୍ୱିତୀୟ ଦିନ, ରହିଛି ଏହି କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦିନିଆ ୟୁରୋପ ଗସ୍ତର ଆଜି ଦ୍ୱିତୀୟ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହୋସେନ ଲଙ୍ଗଙ୍କ ସହ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ଆମେରିକା “ଅକସ” ଗଠନ କରିବା ପରେ ଭାରତ ଏବଂ ଫ୍ରାନ୍ସ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ସାମ୍ନାସାମ୍ନି ଆଲୋଚନା ।
ସୂଚନା ଅନୁସାରେ ଦିନ ୧୧ଟା ୩୫ରେ ଭାଟିକାନ ଗସ୍ତରେ ବାହାରିବେ ପ୍ରଧାନମନ୍ତ୍ରୀ । ଦିନ ୧୨ଟାରେ ପୋପ ଫ୍ରାନ୍ସିକୋଙ୍କ ଆଲୋଚନା କରିବେ ।
ଏହାପରେ ଭାଟିକାନର ସେକ୍ରେଟାରୀ ଅଫ ଷ୍ଟେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରା କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ମ ୩ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ‘ବିଶ୍ୱ ଅର୍ଥନୀତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ’ ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେବେ । ଏହାପରେ ୫ଟା ୩୫ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକୟମ ରହିଛି ।
Powered by Froala Editor