ଯମଜ ସନ୍ତାନର ମା’ ହେଲେ ଦୀପିକା, ଇନଷ୍ଟାଗ୍ରାମରେ ଖୁସି ପ୍ରକାଶ କଲେ ଦୀନେଶ

କ୍ରିକେଟର ଦୀନେଶ କାର୍ତ୍ତିକ ଯମଜ ସନ୍ତାନର ବାପା ହୋଇଛନ୍ତି। ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଦୀପିକା ପାଲିକଲ୍ ଏକାସଙ୍ଗରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିବା କାର୍ତ୍ତିକ ସୋଶାଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାମିଲ ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ଅତ୍ୟନ୍ତ ଖୁସି ଥିବା କାର୍ତ୍ତିକ ଲେଖିଛନ୍ତି, ଏବେ ଆମ ପରିବାର ୩ରୁ ୫ ହୋଇଯାଇଛି। ଦୀପିକା ଓ ମୁଁ ଦୁଇ କୁନି ପୁତ୍ର ସନ୍ତାନ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ଜନକ ହୋଇଛୁ। ବିଭିନ୍ନ ମହଲରୁ ଏହି ସ୍ପୋର୍ଟ୍ସ ପେୟାରଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
କାର୍ତ୍ତିକ ଓ ଦୀପିକାଙ୍କ ବ୍ୟତୀତ ଉକ୍ତ ଫଟୋରେ ଗୋଟିଏ ବିଦେଶୀ କୁକୁର ରହିଛି। ସମ୍ଭବତଃ କାର୍ତ୍ତିକ ଏବେ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା କହିଛନ୍ତି।
ଏହି ଫଟୋ ସାମ୍ନାକୁ ଆସିବା ପରେ ଅନେକ ଏହାକୁ ପସନ୍ଦ କରିବା ସହ କାର୍ତ୍ତିକ ଓ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପିକା ହେଉଛନ୍ତି ଭାରତ ପ୍ରଫେସନାଲ ସ୍ୱାକ୍ସ ଖେଳାଳି। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍ୱାକ୍ସ ମାନ୍ୟତାର ଟପ୍ ୧୦ରେ ପ୍ରବେଶ କରିଥିଲେ। ସେ ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିଛନ୍ତି। କାର୍ତ୍ତିକଙ୍କ ଭଳି ଦୀପିକା ମଧ୍ୟ ସୋଶାଲ ମିଡିଆରେ ନିଜର ଯମଜ ସନ୍ତାନଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି। ଦୀନେଶଙ୍କୁ ବିବାହ ପୂର୍ବରୁ ଦୀପିକା ବିଜ୍ଞାପନ ଦୁନିଆରେ ଚର୍ଚ୍ଚିତ ଚେହେରା ଥିଲେ ।
Powered by Froala Editor