ଆଜି ସୁବର୍ଣ୍ଣପୁର, ନୂଆପଡା ବନ୍ଦ, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ମାହାଲିଙ୍ଗ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଜୋର ଧରିଛି ରାଜନୀତି । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ତେବେ ଆଜି ସୁବର୍ଣ୍ଣପୁର ଓ ନୂଆପଡାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନେ୍ଦହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି ଓ ଏହା ସହିତ ମୁଖ୍ୟ ଅଭିଯୁକ୍ତକୁ ଧରିବା ଓ ଗୋବିନ୍ଦ ସାହୁଙ୍କ ଫାଶି ଦାବି କରି ବିଜେପି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ନୂଆପଡାରେ ଚକଅଖ, ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତାରୋକ ଓ ପିକେଟିଂ କରୁଥିବା ଦେଖିବାକୁ ମିଳିଛି ।
Powered by Froala Editor