ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ
ବାରିପଦା: ପର୍ୟ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଠାକୁ ଆସିବାକୁ ଥିବା ପର୍ୟ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର; ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳସେହିପରି ଦୈନିକ ଚାରି ଚକିଆ ଯାନ ଜଶିପୁର କଳିଆଣି ତନଖି ଫାଟକ ଓ ବାରିପଦା ପିଠାବଟା ତନଖି ଫାଟକ ଦେଇ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟା ରୁ ୯ ଟା ପର୍ୟ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ । ପ୍ରତି ପର୍ୟ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ୟ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ପାଇଁ ପର୍ୟ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯିବ ।
Powered by Froala Editor