ମାସ୍କ ଚେକିଂ କରୁକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କଲା ପୁଲିସ
ମାସ୍କ ଚେକିଂ କରୁକରୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବୁଧବାର ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗଣିଜାଙ୍ଗ ହାସିନପୁର ଗାଁର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ।
ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଗ୍ରାମାଞ୍ଚଳ ପୁଲିସ ଚେକିଂ ଚାଲିଥିଲା। ତେବେ ପୂର୍ବରୁ ବ୍ରାଉନସୁଗର ଚାଲାଣ ବିଷୟରେ ପୁଲିସ ଖବର ପାଇଥିଲା। ଏହି ସମୟରେ ଦୁଇ ଜଣ ଏକ ବାଇକରେ ବିନା ମାସ୍କ ଓ ବିନା ହେଲମେଟରେ ଆସୁଥିବା ଦେଖି ପୁଲିସ ମାଡି ବସିଥିଲା। ପରେ ପୁଲିସ ଉଭୟଙ୍କୁ କାବୁ କରି ଚେକିଂ କରିଥିଲା। ଚେକିଂ କରୁ କରୁ ଦୁଇ ଜଣଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗର ମିଳିଥିଲା। ତେବେ ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗର ଆଣିଥିଲେ ଓ କେଉଁ ସ୍ଥାନକୁ ନେଇ ଯାଉଥିଲେ ସେ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଭଦ୍ରକ ଏସ୍ପି ଚରଣ ସିଂ ମୀନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାଇକ୍ ଜବତ ହୋଇଛି। ଏନେଇ ଥାନାରେ ମାମଲା (ନଂ.୪୪୨/୨୧) ରୁଜୁ କରାଯାଇଛି।
ଏହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଭଦ୍ରକ ଏସ୍ପି ଚରଣ ସିଂ ମୀନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବାଇକ୍ ଜବତ ହୋଇଛି। ଏନେଇ ଥାନାରେ ମାମଲା (ନଂ.୪୪୨/୨୧) ରୁଜୁ କରାଯାଇଛି।
Powered by Froala Editor