ଟିଏମସିରେ ମିଶିଲେ କୃଷ୍ଣ କଲ୍ୟାଣୀ
ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଝଟ୍କା ଲାଗିଛି। ବୁଧବାର ବିଧାୟକ କୃଷ୍ଣ କଲ୍ୟାଣୀ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ସେ ମମତା ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି।
ସେ ବିଜେପି ଟିକେଟରୁ ରାଇଗଞ୍ଜ ଆସନରୁ ଜିତିଥିଲେ। ତେବେ ପ୍ରାୟ ମାସକ ତଳେ ସେ ବିଜେପି ଛାଡ଼ିଥିବା ଘୋଷଣା କରିଥିଲେ। ଏବେ ସେ ବିଧିବଦ୍ଧ ଭାବେ ଟିଏମସିରେ ଯୋଗଦେଇଛନ୍ତି। ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀଙ୍କ କ୍ରିଷ୍ଣାଙ୍କ ତିକ୍ତତା ଚାଲିଥିଲା। ଏହି କାରଣରୁ ସେ ବିଜେପି ଛାଡ଼ିଥିଲେ। ଆଜି ସେ ଟିଏମସିରନେତା ପାର୍ଥ ଚାଟାର୍ଜୀଙ୍କ ଠାରୁ ଦଳୀୟ ପତାକା ଗ୍ରହଣ କରିଛନ୍ତି। କ୍ରିଷ୍ଣା ଟିଏମସିରେ ମିଶିବା ପରେ କହିଛନ୍ତି, “ବିଜେପି ସହ ମିଶି କାମ କରିବାର କୌଣସି ସୁଯୋଗ ନାହିଁ। ସେଠାରେ କେବଳ ଷଡ଼ଯନ୍ତ୍ର ଓ ବିଶ୍ୱାସ ଘାତକ କରାଯାଏ। ବର୍ତ୍ତମାନ ପରିସ୍ଥିତିରେ କିଛି ବି ଭଲ କାମ କରାଯାଇ ପାରିବ ନାହିଁ। ତେଣୁ ବିଜେପି ଠାରୁ ଦୂରେଇ ରହିବା ସବୁଠାରୁ ଶ୍ରେୟସ୍କର।”

Powered by Froala Editor